ଭାଙ୍ଗିଲା ହ୍ବାଇଟହାଉସର ପରମ୍ପରା

ଆମେରିକା : ଭାଙ୍ଗିଲା ହ୍ବାଇଟହାଉସର ପରମ୍ପରା। ରମଜାନ ଅବସରରେ ଏଥର ଟ୍ରମ୍ପ ପ୍ରଶାସନ ପକ୍ଷରୁ ହ୍ବାଇଟହାଉସରେ ଆୟୋଜନ ହୋଇନି ଇଫତାର ପାର୍ଟି । ବିଲ କ୍ଲିଣ୍ଟନ,ଜର୍ଜ ବୁଶ୍,ବାରାକ ଓବମା କାର୍ଯ୍ୟକାଳରେ ହ୍ବାଇଟହାଉସ ପକ୍ଷରୁ ରମଜାନ ଅବସରରେ ଇଫତାର ପାର୍ଟି ଆୟୋଜନର ପରମ୍ପରା ରହିଥିଲା। କିନ୍ତୁ ଏଥର ଏହି ପରମ୍ପରାକୁ ଆଗକୁ ନେଇ ନାହାଁନ୍ତି ଟ୍ରମ୍ପ ପ୍ରଶାସନ। ୧୯୯୬ରୁ ବିଲ କ୍ଲିଣ୍ଟନଙ୍କ କାର୍ଯ୍ୟକାଳରୁ ଏହି ପରମ୍ପରା ଗଡି ଆସିଥିଲା।