ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କିଶୋର ପଟେଲଙ୍କ ନାଁରେ କଂଗ୍ରେସ ଅଧକ୍ଷ ସୋନୀଆ ଗାନ୍ଧୀ ମୋହର ମାରିଛନ୍ତି ।
ସୂଚନା ଅନୁଯାୟୀ, ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା ଓ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ସ୍ଵର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ।