ବିଧାୟକ ପ୍ରଣବ ପ୍ରକାଶ ଦାସ ତାଳିମାରି ଜରୁରୀ ସେବା ପ୍ରଦାନକାରୀଙ୍କୁ ଜଣାଇଲେ ଧନ୍ୟବାଦ

ଦେଶର ଏଭଳି ସ୍ଥିତିରେ ପରିବାର ଛାଡି ଜରୁରୀ ସେବା ଦେଉଥିବା ଲୋକ ଦେବଦୂତ- ପ୍ରଣବ

ଭୁବନେଶ୍ୱର : କରୋନା ଭଳି ଗମ୍ଭିର ସ୍ଥିତିରେ ଦେଶରେ ସେବା ଯୋଗାଉଥିବା ବୃତ୍ତି ଧାରୀଙ୍କୁ ତାଳିମାରି ଧନ୍ୟବାଦ ଜଣାଇବା ସହ କୃତଗ୍ୟଂତା ଜଣାଇଛନ୍ତି ବିଜେଡିର ସଙ୍ଗଠନ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ସଂଧ୍ୟା ୫ଟାରେ ପ୍ରଣବ ପ୍ରକାଶ ତାଙ୍କ କାଳୀମେଘା ସ୍ଥିତ ଘର ବାଲକୋନିରେ ଠିଆ ହୋଇ ତାଳିମାରିଥିଲେ । ଦେଶର ଜଟିଳ ସ୍ଥିତିରେ ସେବାଯୋଗାଉଥିବା ଯୋଗାଉଥିବା ଡାକ୍ତର , ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକଙ୍କ ପରି ବୃତ୍ତିଧାରୀଙ୍କୁ ସେ ଦବଦୂତ ଆଖ୍ୟା ଦେବା ସହ ସେମାନେ ପରିବାର ଛାଡି ଦେଶର ସେବାରେ ଲାଗିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।

ଦେଶର ଏଭଳି ସ୍ଥିତିରେ ପରିବାର ଛାଡି ଜରୁରୀ ସେବା ଦେଉଥିବା ଲୋକ ଦେବଦୂତ- ପ୍ରଣବ

କରୋନା ଯୁଦ୍ଦ ଜିତିବା ଲାଗି ଓ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଜନତା କର୍ଫୁକୁ ସାରା ଦେଶରେ ସ୍ୱତ ଜନସମର୍ଥନ ମିଳିଛି । ଲୋକେ ଘରୁ ବାହାରି ନାହାନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁସାରେ ସାରା ଦେଶର ଲୋକେ ଆଜି ସଂଧ୍ୟା ୫ଟାରେ ଦେଶର ଜରୁରୀ ସେବାରେ ସାମିଲ ଥିବା ଲୋକମାନଙ୍କ ଲାଗି ଧନ୍ୟବାଦ ଜଣାଇଛନ୍ତି । ନିଜ ଘର ଅଗଣା, ଛାତ, ବାଲକୋନି ଓ ଦୁଆର ଆଗରେ ଠିଆ ହୋଇ ଗଣ୍ଟ, ଘଣ୍ଟି ଓ ତାଳିବଜାଇଛନ୍ତି ।