ଚିଲିକା ବୁଲିବାକୁ ଯିବେ । ଆଇଏନଏସ ଜାହାଜରେ ସେମାନେ ଚିଲିକାର ଦୃଶ୍ୟରାଜି ଦେଖିବେ । ଏନେଇ ଆଇଏନଏସ ଚିଲିକା ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ଅପ୍ରେଲ ୧୫ରେ ବିଧାୟକମାନେ ଚିଲିକା ବୁଲିବାକୁ ଯିବେ ବୋଲି ବିଧାନସଭାରେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ବିଧାନସଭାରେ ଏନେଇ ଘୋଷଣା କରି ବାଚସ୍ପତି ଶ୍ରୀ ପାତ୍ର କହିଲେଯେ, ଆଇଏନଏସ ଦ୍ୱାରା ବିଧାନସଭାର ବିଧାୟକମାନଙ୍କୁ ଚିଲିକା ଭ୍ରମଣର ସୁଯୋଗ ଦେବା ନିମନ୍ତେ ସେ କମାଣ୍ଡରଙ୍କୁ ପତ୍ର ଲେଖିଥିଲେ । କମାଣ୍ଡର ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଆସନ୍ତା ଅପ୍ରେଲ ୧୫ରେ ସକାଳୁ ବିଧାନସଭାରୁ ବିଧାୟକମାନେ ଚିଲିକା ଅଭିମୁଖେ ଗସ୍ତ କରିବେ । ଓଟିଡ଼ିସି ବସରେ ବିଧାୟକମାନେ ଚିଲିକାରେ ପହଁଚିବା ପରେ ଆଇଏନଏସ ଜାହାଜରେ କାଳିଜାଇ ଯିବେ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।