ବିଧାନସଭାରେ ଉପସ୍ଥାପନ ହେଲା ୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ

୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ଗତ ବର୍ଷ ଅର୍ଥାତ ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩ ଥିଲା । ଜାତୀୟ ଅଭିବୃଦ୍ଧି ହାର ରାଜ୍ୟର ଅଭିବୃଦ୍ଧି ହାର ଠାରୁ କମ୍‌ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

ରାଜ୍ୟରେ ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିତ ହୋଇଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮,୪୯୯ଟଙ୍କା ରହିଥିଲା । ବର୍ତ୍ତମାନର ମୁଣ୍ଡପିଛା ଆୟ ବାର୍ଷିକ ୧ ଲକ୍ଷ ୨୭ ହଜାର ୩୮୩କୁ ବୃଦ୍ଧି ପାଇଛି ।