ବିଜୟ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର :  ପ୍ରଖ୍ୟାତ ଓଡ଼ିଆ ନାଟ୍ୟକାର ତଥା ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ବିଜୟ ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମଞ୍ଚ ନାଟକ ଏବଂ ଓଡ଼ିଆ ସିନେମା ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି ।
ବିଜୟ ମିଶ୍ରଙ୍କ ପରଲୋକରେ ଆଜି ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି । ଅନେକ ବରିଷ୍ଠ ଓ କନିଷ୍ଠ ଅଭିନେତାଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ସମସ୍ତେ ଶୋକ ପ୍ରକଟ କରିଛନ୍ତି