ବିଜେପିରେ ଯୋଗଦେଲେ ପୂର୍ବତନ ବିଧାୟକ ସରୋଜ ପାଢୀ, ପୂର୍ବତନ ମହିଳା କମିସନ ସଦସ୍ୟା ତିଳୋତ୍ତମା ନାୟକ

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଓ ପୂର୍ବତନ ମହିଳା କମିସନ୍‌ ସଦସ୍ୟା ତିଳୋତ୍ତମା ନାୟକ ଶୁକ୍ରବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି  । ଏହି ମିଶ୍ରଣ ଫଳରେ ରାଜ୍ୟରେ ବିଜେପିର ସ୍ଥିତି ଆହୁରୀ ମଜବୁଦ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି, ବିଜେଡିର ଗଡ କୁହାଯାଉଥିବା ଗଞ୍ଜାମରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ଲାଗିଥିବା ବିଜେପିକକୁ ପାଇଁ ଖୁସି ଖବର ଆସିଛି ।  ବିଜେପିରେ ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କଯୋଗଦେବା ଜିଲ୍ଲାରେ ବିଜେପିକୁ ଆହୁରୀ ମଜବୁଜ କରିବ । ଏହାସହ ବହୁ ବିବାଦ ପରେ ନିକଟରେ ବିଜେଡରୁ ଇସ୍ତଫା ଦେଇଥିବା ବାମହିଳା କମିସନର ପୂର୍ବତନ ସଦସ୍ୟ ତିଳୋତ୍ତମା ନାୟକ ବି ବିଜେପିରେ ଯୋଗ ଦେଇଛନ୍ତି । ଏହା ଦ୍ୱାରା କନ୍ଧମାଳରେ ଦଳର ସଂଗଠନ ଆହୁରୀ ସୁଦୃଢ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଧର୍ମେନ୍ଦ୍ର ପ୍ରଧାନ ଓ ବସନ୍ତ ପଣ୍ଡାଙ୍କ ବିଜେପିକୁ ସ୍ୱାଗତ ଜଣାଇଥିଲେ ।