ଭୁବନେଶ୍ୱର: ବିଜେଡିର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଯୋର ଧରିଛି । ଏହାରି ଭିତରେ ପ୍ରତ୍ୟୁଷା ରାଜେଶ୍ୱରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ସେ ନୟାଗଡ ବିଧାନସଭାରୁ ଲଢିବା ପାଇଁ ଆଗ୍ରାହୀ ଅଛନ୍ତି । ଏନେଇ ସେ ନବୀନଙ୍କୁ ଜଣାଇଛନ୍ତି । ଯଦି ବିଜେଡିରୁ ସୁଯୋଗ ନମିଳେ ତେବେ ସେ ଅନ୍ୟ ଦଳରେ ଯୋଗ ଦେଇପାରନ୍ତି କିମ୍ବା ସ୍ୱାଧୀନ ଭାବେ ନିର୍ବାଚନ ଲଢିପାରନ୍ତି ବୋଲି ଫୋନ ଯୋଗେ କହିଛନ୍ତି । ସେପଟେ, ବିଜେଡି ଛାଡିଛନ୍ତି କୁସୁମ ଟେଟେ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ । ସେ କହିଛନ୍ତି ଦଳ ତାଙ୍କୁ ଅଣଦେଖା କରିଛି । ସେଥିପାଇଁ ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତିି । ତେବେ ୨୦୧୯ରେ ନିର୍ବାଚନ ଲଢ଼ିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଟେଟେ । କିନ୍ତୁ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାହା ସ୍ପଷ୍ଟ କରିନାହାଁନ୍ତି । ସମର୍ଥକଙ୍କ ସହ ଆଲୋଚନା ପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।