ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଲେ ନଳିନୀ । ଗତ ୨୮ ତାରିଖରେ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ନଳିନୀ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଇସ୍ତଫା ଦେଇ ରାଜନୀତି ଜଗତରେ ପାଦ ଥାପିଛନ୍ତି । ଆଉ ନଳିନୀଙ୍କ ବିଜେଡିରେ ଯୋଗଦେବା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଯେ, ନଳିନୀ ପଲିଟିକ୍ସରେ ନୂଆ ଇନିଂସ ଆରମ୍ଭ କରିବେ ତାହା ଆଜି ସ୍ପଷ୍ଟ ହୋଇଯାଇଛି । ଏବଂ ବିଧିବଦ୍ଧଭାବେ ଶଙ୍ଖ ଧରି ରାଜନୀତିକୁ ପ୍ରବେଶ କରିଛନ୍ତି ନଳିନୀ । ଯାହାକି ରାଜ୍ୟ ରାଜନୀତିକୁ ବେଶ୍ ଉଷ୍ମ କରିଛି ।