ବିଚରା ଏମ୍ଭିଆଇ

ପ୍ରଭାବଶାଳୀ ପ୍ରଶାସକଙ୍କ ଗାଡ଼ିକୁ ଅଟକାଇଲେ ତା’ର ପରିଣତି କେତେ ସାଂଘାତିକ ହୁଏ, ତାହା ଏବେ ଜଣେ ଏମ୍ଭିଆଇ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ରାଜ୍ୟର ସବୁଠୁ ପାଓ୍ବାରଫୁଲ୍ ପ୍ରଶାସକ ଭାବେ ପରିଚିତ ଅଫିସ୍ର ଜଣକ ଗତ ୩/୪ଦିନ ତଳେ ରାତିରେ ଖୋଦ୍ର୍ଧା ଉପକଣ୍ଠ ଅଞ୍ଚଳରୁ ଭୁବନେଶ୍ବରକୁ ଫେରୁଥିଲେ। ଭୁବନେଶ୍ବର-ଖୋଦ୍ର୍ଧା ରାସ୍ତାରେ ଜଣେ ଜୁନିଅର ଏମ୍ଭିଆଇ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଥାନ୍ତି। ସ୍ବାଭାବିକ ଭାବେ ସେହି ବାଟରେ ଫେରୁଥିବା ପ୍ରଶାସକଙ୍କ ଗାଡ଼ିକୁ ମଧ୍ୟ ସେ ଅଟକାଇ ଦେଇଥିଲେ। କିନ୍ତୁ ଗାଡ଼ିରେ ପ୍ରଶାସକଙ୍କୁ ଦେଖô ସେଙ୍ଗ ସେଙ୍ଗ ନମସ୍କାର ପକାଇବା ସହ ଗାଡ଼ିକୁ ଯିବାକୁ ଦେଇଥିଲେ। ମାତ୍ର ଯାଞ୍ଚ ପାଇଁ ଏମ୍ଭିଆଇଙ୍କ ସହ ଥିବା ଅନ୍ୟ କର୍ମଚାରୀମାନେ ତାଙ୍କ ଗାଡ଼ିକୁ ଅଟକାଇବା କୁଆଡ଼େ ଏହି ପାଓ୍ବାରଫୁଲ୍ ପ୍ରଶାସକଙ୍କୁ ବେଶ୍ ବାଧିଥିଲା। ଆଉ ସେ ତାଙ୍କ ସହ ଗାଡ଼ିରେ ଥିବା ନିଜର ଜଣେ ସହେଯାଗୀ ଅଫିସର୍ଙ୍କୁ କୁଆଡ଼େ ସେହି ଏମ୍ଭିଆଇଙ୍କ ରେକର୍ଡ ଯାଞ୍ଚ ପାଇଁ ନିଦ୍ର୍ଧେଶ ଦେଇଥିଲେ। ଯାଞ୍ଚ ବେଳେ ସµୃକ୍ତ ଏମ୍ଭିଆଇ ଜଣକ େଯତିକି ଗାଡ଼ିର ରସିଦ୍ କାଟିଥିଲେ କୁଆଡ଼େ ତା’ ତୁଳନାରେ ଅଧିକ ଟଙ୍କା ତାଙ୍କ ପାଖରୁ ମିଳିଥିଲା। ଆଉ ଏହି ପାଓ୍ବାରଫୁଲ୍ ପ୍ରଶାସକ, ପରିବହନ କମିଶନରଙ୍କୁ ସµୃକ୍ତ ଏମ୍ଭିଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ୍ କରିଥିଲେ। ଆଉ ସକାଳୁ ସକାଳୁ ସµୃକ୍ତ ଏମ୍ଭିଆଇଙ୍କ ନାଁରେ ଭିଜିଲାନ୍ସ ବିଭାଗ ମଧ୍ୟ ମାମଲା ରୁଜୁ କରିଥିଲା। ସµୃକ୍ତ ଏମ୍ଭିଆଇ ଅଜାଣତରେ ଭୁଲ୍ ଜାଗାରେ ହାତ ମାରି ଏବେ ପସ୍ତାଉଛନ୍ତି ବୋଲି ପରିବହନ ବିଭାଗରେ ଚଚ୍ର୍ଚା ହେଉଛି।