ବାବୁ ସିଂହଙ୍କ ବିଜେଡିରୁ ଇସ୍ତଫା

ଭୁବନେଶ୍ୱର : ବିଜେଡିରୁ ବାବୁ ସିଂହ ଇସ୍ତଫା ଦେଇଛନ୍ତି।  ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ତାଙ୍କର ଇସ୍ତଫାର କାରଣ ସଂପର୍କରେ କିଛି କହି ନାହାନ୍ତି।ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି।କୁହାଯାଉଛି, ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍‌ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ଟିକେଟ୍ ନପାଇବା ନେଇ ସ୍ପଷ୍ଟ ହୋଇଯିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି, ନା ଆଉ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇପାରିନି। ବାବୁ ସିଂହ କେଉଁ ଦଳକୁ ଯିବେ, ତାହା ସ୍ପଷ୍ଟ ହୋଇନି। ସେ ଏନେଇ କିଛି କହି ନାହାନ୍ତି।