ବାବା ରାମପାଲଙ୍କୁ ଆଜୀବନ ଜେଲଦଣ୍ଡ

ହିସାର : ମଙ୍ଗଳବାର ସେସନ୍ସ କୋର୍ଟ ଆତ୍ମଘୋଷିତ ଭଗବାନ ରାମପାଲଙ୍କୁ ଦୁଇଟି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାବାସ ଆଦେଶ ପ୍ରଦାନ କରିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ହିସାର ସେଣ୍ଟ୍ରାଲ ଜେଲ ପରିସରରେ କୋର୍ଟ ଅନୁଷ୍ଠିତ ହୋଇଥିଲା । ରାମପାଲଙ୍କୁ ବାଦ ଦେଲେ, ତାଙ୍କର ଅନ୍ୟ ୨୨ ସମର୍ଥକଙ୍କୁ ହିଂସାକାଣ୍ଡ ଘଟାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ୨୦୧୪ ନଭେମ୍ବରରେ ଚାରିଜଣ ମହିଳା ଓ ଜଣେ ଶିଶୁଙ୍କ ହତ୍ୟା ମାମଲାରେ ଗତ ସୋମବାର ସତଲୋକ ଆଶ୍ରମ ମୁଖ୍ୟ ରାମପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ଡିଆ ଚାଳିଆ । ରାୟ ଶୁଣାଣି ସମୟରେ ଜେଲ ବାହାରେ ପ୍ରାୟ ୨୦୦୦ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା ।