ବାତ୍ୟା ଅସାନି; ଭୁବନେଶ୍ୱରର ବିଭିନ୍ନ ତଳି ଅଞ୍ଚଳର ସ୍ଥିତି ବୁଲି ଦେଖିଲେ ମେୟର ସୁଲୋଚନା ଦାଶ

ସମ୍ଭାବ୍ୟ ବାତ୍ୟା ଅସାନିକୁ ନେଇ ରାଜ୍ୟର ବିଭିନ ସ୍ଥାନରେ ଲାଗି ରହିଛି ବର୍ଷା | ଲଗାଣ ବର୍ଷା ଗତକାଲିଠାରୁ ଲାଗି ରହିଥିବା ବେଳେ, ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ତଳି ଅଞ୍ଚଳର ସ୍ଥିତି ବୁଲି ଦେଖିଛନ୍ତି ମେୟର ସୁଲୋଚନା ଦାଶ । ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଥିଲେ । ଭୁବନେଶ୍ୱରରେ କେଉଁଠି ପାଣି ଜମି ନାହିଁ ବୋଲି କହିଛନ୍ତି ସୁଲୋଚନା ।

ତଳିଆ ଅଞ୍ଚଳରେ ପାଣି ଜମିଲେ ତୁରନ୍ତ ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ମହଜୁଦ ରଖାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ଆଶ୍ରୟସ୍ଥଳୀ ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମେୟର ସୁଲୋଚନା ଦାଶ । ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ଯଦି ସମସ୍ୟା ହୁଏ । ସେପଟେ ବିଭିନ୍ନ ତଳିଆ ଅଞ୍ଚଳରେ ଅଗ୍ନିଶମ ବାହିନୀ ସଜାଗ ରହିଛି ।’