ବାତ୍ୟାର ରୂପ ନେଲା ତିତଲି, ସର୍ତକ ଜାରି କଲା ପ୍ରଶାସନ

ଭୁନନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, ଡିପ୍ରେସନରେ ପରିଣତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାର ନାମ “ତିତଲି” ରଖାଯାଇଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ । ଏହା ଗୋପାଳପୁର ଠାରୁ ୬୦୦ କିଲୋମିଟର ଦୂର ଦକ୍ଷିଣ ପବର୍ବରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଗତି କରୁଛି । ଏହା ପ୍ରତି ଘଣ୍ଟାରେ ୫୫ରୁ ୬୦ କିଲୋମିଟର ବେଗରେ ଉତର-ପଶ୍ଚିମ ଆଡକୁ ଗତି କରୁଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟନମ-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିଲୋମିଟର ଭିତରେ ରହିବ । ଏହା ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ । ୧୦-୧୧ ତାରିଖ ଦକ୍ଷିଣ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖ ବର୍ଷାର ପରିମାଣ କମିବ । ଏହା ସହ ଆଜି ସକାଳେ ସାଇକ୍ଲୋନ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃ୍ଷ୍ଟି ହୋଇଥିବା ଅବପାତ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇଛି । ଏହା ଏବେ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଓଡ଼ିଶା ଓ ଆନ୍ଧ୍ର ଆଡକୁ ଗତି କରୁଛି । ଗତ କିଛି ଘଂଟା ହେଲାଣି ଘଂଟାପ୍ରତି ୧୦ କିମି ବେଗରେ ଉପକୂଳ ଆଡକୁ ଗତି କରୁଛି । ଡିପ୍ ଡିପ୍ରେସନ ଗୋପାଳପୁରଠାରୁ ଦକ୍ଷିଣପୂର୍ବ ଦିଗରେ ୫୬୦ କିମି ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନମଠାରୁ ୫୩୦ କିମି ଦୂରରେ ରହିଛି । ଆଗାମୀ ୨୪ ଘଂଟାରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେବ । ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ଜାରି କରାଯାଇଛି । ଏହି ୪ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସହ ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଗଂଜାମ, ଗଜପତି, ପୁରୀ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ସତର୍କ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଆସନ୍ତାକାଲିଠାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୦ ଓ ୧୧ ତାରିଖରେ ଦୁଇ ଦିନ ଧରି ବର୍ଷାର ପରିମାଣ ବଢ଼ିବ । ୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।ଏଥିସହିତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆର୍ଲଟ ରହିବାକୁ ସର୍ତକ କରାଯାଇଛି ।