ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ବିବାଦ; ୩୧ରେ ହେବ ଚୂଡାନ୍ତ ଶୁଣାଣି

ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ବିବାଦରେ ଅବସାନ ଘଟିବାକୁ ଯାଉଛି। ନିମ୍ନ ଅଦାଲତଙ୍କ ରାୟଙ୍କୁ ଚ୍ୟାଲେଞ୍ଜ କରି ଡାକ୍ତର ସୁମିତଙ୍କ ପକ୍ଷରୁ ଦାୟର ରିଭ୍ୟୁପିଟିସନର ଚୂଡାନ୍ତ ଶୁଣାଣି ଆସନ୍ତା ୩୧ରେ ହେବ। ଆଜି ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ତପସ୍ୱିନୀଙ୍କ ପକ୍ଷରୁ ଅଧିକ ସମୟ ମଗାଯାଇଥିଲା।ତେବେ ଅଦାଲତ ଏହାକୁ ଅଗ୍ରାହ୍ୟ କରିବା ସହ ମାମଲାର ଚୂଡାନ୍ତ ଶୁଣାଣି ଆସନ୍ତା ୩୧ରେ ହେବ ବୋଲି କହିଛନ୍ତି।

ଅନ୍ୟପଟରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସମ୍ପର୍କିତ ସତ୍ୟପାଠ ମଧ୍ୟ ସୁମିତଙ୍କ ପକ୍ଷରୁ ଅଦାଲତରେ ଦାଖଲ କରାଯିବା ସହ ତପସ୍ୱିନୀଙ୍କୁ ମଧ୍ୟ ଅବଗତ କରାଯାଇଥିବା କହିଛନ୍ତି ସୁମିତଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ। ପ୍ରକାଶ ଯେ ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ ଆଦେଶ ମୁତାବକ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୁମିତଙ୍କ ପକ୍ଷରୁ ଅବଗତ କରାଯାଇଥିଲା।