ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ବଲିଉଡ ଭେଟେରାନ ଅଭିନେତା ମିଥୁନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଛି। ଯାହାଫଳରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଥୁନ୍ଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ ଗୁଜବ ଉଠିଥିଲା। ତାଙ୍କ ପୁଅ ସୋସିଆଲ ମିଡିଆରେ ଗୁଜବ ଉପରେ ପୁନଃଚ୍ଛେଦ ପକାଇବା ସହ ତାଙ୍କ ସ୍ବାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି ।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ମିଥୁନଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ କହିଛନ୍ତି କି- ତାଙ୍କ ପିତା ଅର୍ଥାତ୍ ମିଥୁନ ଚକ୍ରବର୍ତ୍ତୀଙ୍କୁ ଷ୍ଟୋନ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କିଡନୀରେ ଏକ ଷ୍ଟୋନ ଚିହ୍ନଟ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି।
ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି କି ମିଥୁନ ଡାକ୍ତରଖାନା ବେଡ ଉପରେ ଅଚେତ ଅବସ୍ଥାରେ ଆଖି ବନ୍ଦ କରି ଶୋଇଛନ୍ତି। ହେଲେ ଏହା ସହ କୁହାଯାଇଛି କି ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ତାଙ୍କୁ ବାଙ୍ଗାଲୋରର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭଲ ଅଛି, ସଂପୂର୍ଣ୍ଣ ଫିଟ୍ ଏବଂ ସୁସ୍ଥ ଅଛନ୍ତି । ମିଥୁନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅଭିନେତାଙ୍କ ଫଟୋ ଦେଖି ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।