ବଲାଙ୍ଗୀରରେ ଭୁଶୁଡିଲା ପୋଲ; ୨ ମୃତ

ବଲାଙ୍ଗୀର: ପୋଲ ଭୁଶୁଡି ୨ ମୃତ । ପାଟଣାଗଡ ମୁଦଲସର୍ ଗ୍ରାମର ଶୁକ୍ତେଲ୍ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡି ପଡିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ବ୍ରିଜ୍‌ଟି ମରାମତି ଚାଲିଥିବାବେଳେ ଭୁଶୁଡି ପଡିଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବଲାଙ୍ଗୀର ଚିକିତ୍ସାଳୟରେ ଭର୍ତି କରାଯାଇଛି ।