ବଲାଙ୍ଗୀରରେ କରୋନା ଟେଷ୍ଟିଙ୍ଗ୍ ସେଣ୍ଟର ଖୋଲିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଚିଠି

ଭୁବନେଶ୍ୱର : କରୋନା ମୁକାବିଲା ନେଇ ରାଜ୍ୟ ଓ କେନ୍ଦ୍ରସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି । ହେଲେ ରାଜ୍ୟରେ ଆବଶ୍ୟକ ଅନୁସାରେ କରୋନା ଟେଷ୍ଟିଙ୍ଗ ସେଣ୍ଟର ନଥିବାରୁ କରୋନା ପରୀକ୍ଷା କରାଯାଇପାରୁ ନାହିଁ । ତେଣୁ ପଶ୍ଚିମ ଓଡିଶାରେ ବଲାଙ୍ଗୀର ଠାରେ ଥିବା ଭୀମଭୋଇ ମେଡିକାଲ କଲେଜରେ ଏକ କରୋନା ଟେଷ୍ଟିଙ୍ଗ ସେଣ୍ଟର ଖୋଲିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ।

ଚିଠିରେ ସଙ୍ଗୀତା ସିଂହଦେଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଓଡିଶାରେ କେବଳ ଆରଏମଆରସି ଓ ଏମ୍‌ସରେ କରୋନା ଟେଷ୍ଟିଙ୍ଗ ସେଣ୍ଟର ରହିଛି । ରାଜଧାନୀ ଭୁବନେଶ୍ୱରରୁ ଏହାର ଦୂରତା ଅଧିକ ତେଣୁ ଠିକ ସମୟରେ ସେଠାରୁ ସାମ୍ପୁଲ ଆସି ଟେଷ୍ଟ ହୋଇପାରୁନି । ଅନ୍ୟପକ୍ଷରେ ରାଜ୍ୟର ସବୁଠୁ ଅଧିକ ଦାଦାନ ଶ୍ରମିକ ବଲାଙ୍ଗୀରରୁ ରାଜ୍ୟ ବାହାରକୁ ଯାଇଥାନ୍ତି । ନିକଟରେ ଏହି ଶ୍ରମିକ ମାନେ ନିଜ ନିଜ ଘରକୁ ଫେରିଛନ୍ତି । ତେଣୁ ବଲାଙ୍ଗୀରେ କରୋନା ଟେଷ୍ଟିଙ୍ଗ ସେଣ୍ଟର ଖୋଲିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ସାଂସଦ ସଙ୍ଗୀତା ସିଂହଦେଓ । ଏହା ସହ ବଲାଙ୍ଗୀରରେ ଏହି ସେଣ୍ଟର ହେଲେ ପଶ୍ମିମ ଓଡିଶାର ୧୦ ଜିଲ୍ଲାର ସୁବିଧା ହୋଇପାରିବ ବୋଲି ସାଂସଦ ତାଙ୍କ ଯୁକ୍ତିରେ ଦର୍ଶାଇଛନ୍ତି ।