ନୂଆଦିଲ୍ଲୀ: ନିର୍ବାଚନ କମିସନର ବର୍ଷକ ପାଇଁ ଏକ ତୃତୀୟାଂଶ ଦରମା କାଟ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର୍ ସୁଶୀଳ ଅରୋରା ଏବଂ ନିର୍ବାଚନ କମିସନର୍ ଅଶୋକ ଲାୱାସା ଏବଂ ସୁଶୀଳ ଚନ୍ଦ୍ରଙ୍କ ମଧ୍ୟରେ ବସିଥିବା ଏକ ବୈଠକରେ ଏଭଳି ନିଷ୍ପତିି ନିଆଯାଇଥିବା ପ୍ରକାଶ।
ଗଣମାଧ୍ୟମକୁ ନିର୍ବାଚନ କମିସନର୍ ସୁଶୀଳ ଚନ୍ଦ୍ର କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ସଂକ୍ରମଣଜନିତ ସଂକଟ ଯୋଗୁଁ ଏକ ତୃତୀୟାଂଶ ଦରମା ଛାଡ଼ି ଦେବାକୁ ଆମେ ସ୍ଥିର କରିଛୁ। ଏହା ଇଚ୍ଛାଧୀନ ଏବଂ ସର୍ବସମ୍ମତ ନିଷ୍ପତିି।
ଏପ୍ରିଲ୍ ପହିଲା, ୨୦୨୦ ଠାରୁ ସେମାନେ ନିଜର ମୂଳ ବେତନରୁ ୩୦% କମ୍ ବେତନ ଗ୍ରହଣ କରିବେ ବୋଲି ସ୍ଥିର କରିଥିବା ଜଣାପଡ଼ିଛି।