ବରଗଡ ସମାବେଶରେ ରାଜ୍ୟ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ବରଗଡ: ନିର୍ବାଚନ ଘୋଷଣା ପରେ ଓଡିଶା ଗସ୍ତରେ କଂଗ୍ରେସ କମାଣ୍ଡର ରାହୁଲ ଗାନ୍ଧୀ । ବରଗଡରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବା ସହ ୨୦୧୯ ମହାସମର ପାଇଁ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର ।ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ୨୦୧୯ ନିର୍ବାଚନ ବିଜୟ ପାଇଁ କର୍ମୀଙ୍କୁ ଦେଇଛନ୍ତି ଆହ୍ୱାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାହୁଲଙ୍କ ଓଡିଶା ଗସ୍ତ କଂଗ୍ରେସ କର୍ମୀଙ୍କ ମନୋବଳକୁ ବୃଦ୍ଧି କରିଛି । ଆଉ ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡକୁ ଯିବା ପୂର୍ବରୁ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ରାହୁଏ । ରାହୁଲଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଉଭୟ ବିଜେଡି ଓ ବିଜେପି ସରକାରକୁ ଉପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ଭୂପେଶ । ବରଗଡକୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାବେଳେ ଏବେ ଏଠାରେ ଚାଷୀ ଆତ୍ମହତ୍ୟା କରୁଛି । ଗତ ୫ ବର୍ଷ ମଧ୍ୟରେ ମୋଦି କିଛି ଲୋକଙ୍କ ସାଢେ ୩ ହଜାର କୋଟି ଟଙ୍କା ଋଣ ଛାଡ କରିଛନ୍ତି । ଅମ୍ବାନୀ ଓ ନିରବ ମୋଦିଙ୍କ ପାଇଁ କୋଟି କୋଟି ଟଙ୍କା ଛାଡ କରୁଥିବା ବେଳେ ଚାଷୀଙ୍କ ପାଇଁ ଟଙ୍କାଟିଏ ମଧ୍ୟ ଛାଡ କରୁନାହାନ୍ତି କେନ୍ଦ୍ର ସରକାର ।