ବଦଳିଲା ଦଶମ ଶ୍ରେଣୀ ବହି : ଲକଡାଉନ ପରେ ବହି ବିକ୍ରି ହେବ

ଭୁବନେଶ୍ୱର : ବଦଳିଳା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।