ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ । ଅନେକ ଦିନର ବ୍ୟବଧାନ ପରେ ଏବେ ତଳମୁହାଁ ହେଉଛି କରୋନା ମିଟର । ଗତ କିଛି ଦିନ ହେବ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ଏବେ ତାହା କମ ହେବାରେ ଲାଗିଛି ଢ ଆଜି ଭୁବନେଶ୍ୱରରୁ ୮୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି । ଆଜି ଭୁବନେଶ୍ୱରରେ ୧୦୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୮୭୧ମଧ୍ୟରୁ ସଂଗରୋଧରୁ ୧୮୨ ଓ ସ୍ଥାନୀୟ ଅଂଚଳରୁ ୬୮୯ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।
କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୭୩ ହଜାର ୯୭୨ରେ ପହଂଚିଛି । ଏଥିରୁ ୬୧ହଜାର ୯୭୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧ ହଜାର ୬୪୧ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି