ଏପ୍ରିଲ ୩୦ ଯାଏ ବଢିଲା ଓଜେଇଇ-୨୦୨୨ ଆବେଦନ ଅବଧି। ଇଞ୍ଜିନିୟରିଂ ନାମଲେଖା ପାଇଁ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପକ୍ଷରୁ ଆବେଦନ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି । ପୂର୍ବରୁ ଶେଷ ତାରିଖ ଏପ୍ରିଲ ୧୩ ଧାର୍ଯ୍ୟ ହୋଇଥିଲା ।
ସେହିପରି ମେ ଶେଷ ସପ୍ତାହରେ ଓଜେଇଇ ଆଡମିଟ କାର୍ଡ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ରୁ ନିଜର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ । ପରୀକ୍ଷା ଜୁନ ପ୍ରଥମରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ହେବ ବୋଲି କୁହାଯାଉଛି ।
ସେହିପରି ଜୁନ ତୃତୀୟ ସପ୍ତାହ ବେଳକୁ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ ଅବଧି ବୃଦ୍ଧି ଦ୍ଵାରା ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।