ବଢିବ ଯୁକ୍ତ ଦୁଇ ସିଟ୍

ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ବଢିବ ଯୁକ୍ତ ଦୁଇ ସିଟ୍ । ଜୁନିୟର କଲେଜରେ ଯୁକ୍ତ ୨ ସିଟ୍ ବଢାଇବା ପାଇଁ ମିଳିଛି ଅନୁମତି । ସିଟ୍ ବୃଦ୍ଧି ପାଇଁ ସପ୍ତାହେ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ୍ ମାଧ୍ୟମରେ ଆବୋଦନ କରିବାକୁ ନିର୍ଦ୍ଦେଶ ରହିଛି । ଚଳିତ ବର୍ଷ ମାଟ୍ରିକ ପାସ୍ କରିଛନ୍ତି ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ । ରାଜ୍ୟରେ ଯୁକ୍ତ ୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।