ବରଗଡ଼ ବ୍ରିଟ୍ କଲୋନି ଫ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଘରେ ଫୁଟିଲା ବ୍ରହ୍ମକମଳ

ଭୁବନେଶ୍ୱର : ସାରା ବିଶ୍ୱ ଏବେ ମହାମାରୀ କରୋନାକୁ ନେଇ ଚିନ୍ତିତ । ଆଉ ସମସ୍ତଙ୍କ ମନରେ ସେ ଗୋଟିଏ କଥା କରୋନା । ଏବେ ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ସମସ୍ତେ ଭଗବାନଙ୍କ ଶରଣାପର୍ଣ୍ଣ । ଏମିତି ସମୟରେ ରାଜଧାନୀ ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନିରେ ଜଣେ ଭକ୍ତଙ୍କ ଘରେ ଫୁଟିଛି ବହ୍ମାଙ୍କ ପ୍ରିୟ ଫୁଲ ଦୁର୍ଲଭ ବ୍ରହ୍ମକମଳ । ଏହି ଫୁଲକୁ ଦେଖିଲେ ସବୁ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ କରି ଏହି ଫୁଲକୁ ଦେଖିବାକୁ ସେଠାରେ ସାହି ପଡ଼ିଶାଙ୍କର ଭିଡ଼ ଲାଗି ଥିଲା । ତେବେ ଏହି ଫୁଲ ଫୁଟିବା ନିଶ୍ଚିତ ଭାବରେ ଏକ ଶୁଭ ସଙ୍କେତ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଦେଖାଦେଇଛି ।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଫୁଟିଥିବା ଏହି ସ୍ୱର୍ଗର ଫୁଲ ସାରା ବିଶ୍ୱ ଓ ଅଞ୍ଚଳ ପାଇଁ ଶୁଭ ସଙ୍କେତ । ବରଗଡ଼ ବ୍ରିଟ୍ କଲୋନିର ଏଲ୍‌ବି-୨୩୮ ପ୍ଲଟ୍‌ରେ ରହୁଥିବା ଶ୍ରୀଯୁକ୍ତ ଫ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଘରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରେ ୭ଟି ଫୁଲ ଫୁଟିଥିଲା । ଫ୍ରଫୁଲ ବାବୁଙ୍କ ଘରେ ଦୁର୍ଲଭ ବ୍ରହ୍ମକମଳ ଫୁଟିବା ଭଗବାନଙ୍କ ଆର୍ଶିବାଦ ବୋଲି କୁହାଯାଉଛି । ଧାର୍ମିକ ଓ ପରୋପକାରୀ ପରିବାର ଭାବେ ସ୍ଥାନୀୟ ଅଞ୍ଚଳରେ ଫ୍ରଫୁଲ ବାବୁଙ୍କ ପରିବାର ବେଶ ଜଣାଶୁଣା ।