ହାଇଦ୍ରାବାଦରେ ଅବୈଧ ଔଷଧ ଯୋଗାଣ ଅଭିଯୋଗରେ ଏନସିବି ରେଡ କରିଛି । ଫାର୍ମା କମ୍ପାନୀ ଉପରେ ଚଢାଉ କରି ୩.୭୧ କୋଟି ଟଙ୍କା, ମାଦକ ପଦାର୍ଥ, ଲାପଟପ, ମୋବାଇଲ ଜବତ କରିଛି । କମ୍ପାନୀର କର୍ମଚାରୀ ବିଦେଶକୁ ବେଆଇନ ଭାବେ ଔଷଧ ଯୋଗାଣ କରୁଥିଲେ । ଏନସିବି ଟିମ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଜେଆର ଇନଫେନିଟି ପ୍ରାଇଭେଟ ଲିମିଟେଡ ନାମକ ଏହି କମ୍ପାନୀରେ ଚଢାଉ କରି ଏହି ଟଙ୍କା ଜବତ କରିଛିା
ଏନସିବି ପକ୍ଷରୁ କୁହାଯାଇଛି ହାଇଦ୍ରାବାଦର ସବରିଜନ ଅଧିକାରୀ ଡୌମଲଗୁଡା ଅଞ୍ଚଳରେ ଚଢାଉ କରିଥିଲ । ଏହି ସମୟରେ ବେଆଇନ ଭାବେ ଫାର୍ମା କମ୍ପାନୀ ଚଳାଉଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏନସିବିର ଏଡିଜି ସଞ୍ଜୟ କୁମାର ସିଂହ କହିଛନ୍ତି, ଅବୈଧ କମ୍ପାନୀରେ ରେଡ ବେଳେ ୩.୭୧ କୋଟି ନଗଦ ଟଙ୍କା, ମାଦକ ଦ୍ରବ୍ୟ, ମୋଇବାଲ ଫୋନ, ଲାପଟପ ସହ ଅନ୍ୟାନ୍ୟ ଇଲେକଟ୍ରୋନିକ୍ସ ଉପକରଣ ଜବତ କରିଛି । ଏହି ସବୁ ଗ୍ୟାଜେଟ ଜରିଆରେ ଅନଲାଇନ ଫାର୍ମାସୀର ବ୍ୟବସାୟ କରୁଥିଲେ ଅଭିଯୁକ୍ତ ।
ଜେଆର ଇନଫେନିଟିର କର୍ମଚାରୀ ଆମେରିକା ସହ ଅନ୍ୟ ଦେଶରେ ଇମେଲ, ଭିଓଆଇପି ବା ଭଏସ ଓଭର ଇଣ୍ଟରନେଟ ପ୍ରୋଟୋକଲରେ ଗ୍ରାହକଙ୍କ ସହ ସମ୍ପର୍କ କରି ଏହି ମାଦକ ସାମଗ୍ରୀ ବିକ୍ରି କରୁଥିଲେ ।
ଯେତେବେଳେ ଜଣେ ଗ୍ରାହକ ଉତ୍ପାଦ ଏବଂ ଦର ନେଇ ସନ୍ତୁଷ୍ଟ ହୋଇଥାଏ ସେତେବେଳେ କମ୍ପାନୀର କର୍ମଚାରୀ ଗ୍ରାହକଙ୍କ ନାମ, ଠିକଣା, ଇମେଲ ଆଇଡିର ତଥ୍ୟ ଏକାଠି କରିଥାନ୍ତି । ପରେ ପେମେଣ୍ଟର ଲିଙ୍କ ସେୟାର କରାଯାଇଥାଏ । ଗ୍ରାହକଙ୍କୁ ପେମେଣ୍ଟ ପାଇଁ ଅନେକ ଅପସନ ଦିଆଯାଇଥାଏ । ଏଥିରେ ଆକାଉଣ୍ଟ ଟ୍ରାନସଫର, କ୍ରେଡିଟ କାର୍ଡ, ପେ-ପଲ, ବିଟକଏନ ଆଦି ରହିଛି । ଗିରଫ ହୋଇଥିବା ଅଭିଯୁକ୍ତ ପାଖରେ ଭାରତରୁ ଆମେରିକା ଏବଂ ଆମନେରିକା ଏକ ହଜାରରୁ ଅଧିକ ବେଆଇନ ସିପମେଣ୍ଟ ରହିଛି ।