ପ୍ରାଣୀଧନ ନିରୀକ୍ଷକଙ୍କ ୯୦ ପ୍ଲଟ, ୪ଟା ବିଲଡିଂ, ୪ଟା ଫ୍ଲାଟ୍ ଠାବ

ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ଏଯାବତ୍ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ଚଢାଉ ବେଳେ ଅଧ କେଜି ସୁନା, ୨୫୦ ଗ୍ରାମର ରୂପା ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।

ସେହିପରି କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ଅଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢାଉ ଚାଲିଛି । ଭୁବନେଶ୍ୱରରେ ଜଗନ୍ନାଥ ରାଉତଙ୍କ ନାଁରେ ୪ଟି ବିଲ୍ଡିଂ ଓ ୩ଟି ଫ୍ଲାଟ୍ ରହିଛି । କଟକରେ ଗୋଟିଏ ଆଉଟ୍ ହାଉସ୍ ଠାବ କରାଯାଇଛି ।

ଜଗନ୍ନାଥ ରାଉତଙ୍କ ରଘୁନାଥପୁରରେ ଥିବା ରୟାଲ ଲାଗୁନ ଆପାର୍ଟମେଂଟରେ ଥିବା ଘର, ରଘୁନାଥପୁର ଗାଁରେ ଥିବା ଦୁଇଟି ତିନି ମହଲା ଘର, ଅନ୍ୟ ଏକ ଦୁଇ ମହଲା ଘର, ଗାଁ ପୋଖରୀ ନିକଟରେ ଥିବା ଏକ ମହଲା କୋଠାରେ ଚଢାଉ କରାଯାଉଛି । ଗ୍ରୀନ୍ ଆପାର୍ଟମେଂଟରେ ଥିବା ଫ୍ଲାଟ, ଭୁବନେଶ୍ୱର କଳାରାହାଙ୍ଗରେ ଥିବା ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି । ଚଢାଉରେ ପାଇଁ ୫ ଜଣ ଡି.ଏସ.ପିକୁ ନେଇ ଟିମ ଗଠନ କରାଯାଇଥିଲା । ଯେଉଁଥିରେ ୧୦ ଜଣ ଇନସପେକ୍ଟର ଓ କିଛି କର୍ମଚାରୀ ରହିଛନ୍ତି ।