ପ୍ରଧାନମନ୍ତ୍ରୀ ସଫେଇ କର୍ମଚାରୀଙ୍କୁ ଦାନ କଲେ ନିଜର ୨୧ ଲକ୍ଷର ଜମାପୁଞ୍ଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିଜର ମହାନତାର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୧ ଲକ୍ଷ ଜମାପୁଞ୍ଜିକୁ କୁମ୍ଭ ସଫେଇ କର୍ମଚାରୀ କର୍ପସର ପାଣ୍ଠିକୁ ଦାନ କରିଦେଇଛନ୍ତି । ଗତ ମାସରେ ସିଓଲ ଶାନ୍ତି ପୁରସ୍କାରରେ ମିଳିଥିବା ପାଖାପାଖି ଦେଢ଼ କୋଟି ରାଶିକୁ ମଧ୍ୟ ନମାମି ଗଙ୍ଗେ ପାଇଁ ଦାନ କରିଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଧ୍ୟ ନିଜର ଚାକିରି ଓ ଅନ୍ୟ ସମ୍ମାନରୁ ମିଳୁଥିବା ରାଶି ଦାନ କରିଛନ୍ତି । ଗତ ମାସରେ ମୋଦିଙ୍କୁ ଦକ୍ଷିଣ କୋରିଆରେ ପ୍ରତିଷ୍ଠିତ ହୋଇଥିବା ସିଓଲ ଶାନ୍ତି ପୁରସ୍କାରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ ମୋଦିଙ୍କୁ ପାଖାପାଖି ୧.୪୨ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା । ତେବେ ସମସ୍ତ ପୁରସ୍କାର ରାଶିକୁ ନମାମୀ ଗଙ୍ଗେ ପାଇଁ ଦାନ କରିଥିଲେ ମୋଦି । ପ୍ରଧାନମନ୍ତ୍ରୀ କିଛି ଦିନ ପୂର୍ବରୁ ପ୍ରୟାଗରାଜ କୁମ୍ଭ ମେଳାରେ ସାମିଲ ହୋଇଥିଲେ । ସେ କୁମ୍ଭ ମେଳାରେ କାମ କରୁଥିବା ସଫେଇ କର୍ମଚାରୀଙ୍କୁ ଖୁବ୍ ପ୍ରଂଶଂସା କରିଥିଲେ । ଏବଂ ୫ ଜଣ ସଫେଇ କର୍ମଚାରୀଙ୍କ ପାଦ ମଧ୍ୟ ଧୋଇ ଦେଇଥିଲେ ।