ବିବାହ ପରେ କ୍ୟାଟ୍ରିନା କୈଫ୍ ତାଙ୍କର ଅପକମିଂ ଫିଲ୍ମର ଘୋଷଣା କରିଛନ୍ତି । ଅଭିନେତ୍ରୀ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଅପଲୋଡ୍ କରି ପ୍ରଶଂସକଙ୍କୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମରେ ସେ ପ୍ରଥମ ଥର ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ସହ ସ୍କ୍ରିନ ସେୟାର କରୁଥିବା ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଏବଂ ଲିଡ୍ ରୋଲ୍ରେ ବିଜୟ ଅଭିନୟ କରିବେ ।
ତେବେ ‘ମେରୀ କ୍ରିସମସ୍’ ନାମ ଥିବା ଫିଲ୍ମ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ କିଛି ଅପଡେଟ୍ ମିଳିନାହିଁ । ନିକଟରେ ଏହାର ସୁଟିଂ ଆରମ୍ଭ ହୋଇଯାଇଛି । ତେବେ କ୍ୟାଟ୍ରିନା ନିଜ ପୋଷ୍ଟରେ ନିର୍ଦ୍ଦେଶକ ଶ୍ରୀରାମଙ୍କ ସହ ସର୍ବଦା କାମ କରିବାକୁ ଚାହୁଁଥିଲେ ବୋଲି ଲେଖିଛନ୍ତି । ଏହାସହ ସେ ଶ୍ରୀରାମଙ୍କୁ ଥ୍ରୀଲର ମାଷ୍ଟର ବୋଲି ସମ୍ବୋଧନ କରିଛନ୍ତି । ତେବେ ଗତବର୍ଷ ଖ୍ରୀଷ୍ଟମାସ ଅବସରରେ ଶ୍ରୀରାମ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରିଥିଲେ ।
ହେଲେ ଫିଲ୍ମର ନାଁ ଅନୁଯାୟୀ ଏହାକୁ ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ୨୩ ଡିସେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାଯିବ ବୋଲି ସୂଚନା ମିଳିଛି । ଏବେ କ୍ୟାଟ୍ରିନା ଫିଲ୍ମ ଟାଇଗର-୩ରେ ଅଭିନେତା ସଲମାନ ଖାନଙ୍କ ସହ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ବ୍ୟତୀତ ତାଙ୍କର ଆଗାମୀ ପ୍ରୋଜେକଫ ଲିଷ୍ଟରେ ଫିଲ୍ମ ଫୋନ ଭୂତ ସାମିଲ ରହିଛି, ଯେଉଁଥିରେ ତାଙ୍କ ସହ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଈଶାନ ଖଟ୍ଟର ଅଭିନୟ କରୁଛନ୍ତି ।