ପ୍ରଚାର ସାରି ଫେରିଲେ କୋବିନ୍ଦ: ବିଜେଡି ଓ ଭାଜପା ନେତାଙ୍କୁ ଅଲଗା ଅଲଗା ଭେଟିଲେ,ନବୀନ ନିବାସରେ କଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦବି ଧାନସଭା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ବିଜେଡି ସାଂସଦ ଓ ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଏନ୍‌ଡିଏ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିବାରୁ ସେ ବିଜେଡି ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ। ବିଜେଡ଼ିର ବିଧାୟକମାନଙ୍କୁ ସାକ୍ଷାତ କରିବା ପରେ କୋବିନ୍ଦ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ। ତାଙ୍କୁ ସମର୍ଥନ ପାଇଁ ବିଜେଡ଼ି ନେତାଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ କୋବିନ୍ଦଙ୍କୁ ସମର୍ଥନ କରିବା ପାଇଁ ବିଜେଡି ଘୋଷଣା କରିଛି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି କ୍ରସ ଭୋଟିଂ ହେବ ବୋଲି ଭାବୁ ନାହିଁ। ସାକ୍ଷାତ ପରେ ରାମନାଥ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଖୁସି ଲାଗିଲା।
ମଧ୍ୟାହ୍ନ ଭୋଜନ ପରେ ସେ କହିଲେ, ଓଡ଼ିଶାର ଖାଦ୍ୟ ବେଶ ସ୍ୱାଦିଷ୍ଟ। ବିଜେଡିର ସମର୍ଥନ ପାଇଥିବାରୁ କୃତଜ୍ଞ ମନେ କରୁଛି ବୋଲି କୋବିନ୍ଦ କହିଛନ୍ତି।
ପରେ କୋବିନ୍ଦ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟିବା ପରେ ଭାଜପାର ଅନ୍ୟ ବିଧାୟକମାନଙ୍କୁ ସାକ୍ଷାତ କରିଥିଲେ।
ରାମନାଥ ନୂଆଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ୧୧:୩୦ରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜେଡ଼ି ପକ୍ଷରୁ ଓ ଭାଜପା ପକ୍ଷରୁ ଶ୍ରୀକୋବିନ୍ଦଙ୍କୁ ବିମାନବନ୍ଦର ସ୍ୱାଗତ କରିଥିଲେ।
ଏହାପରେ ସେ ରାଜ୍ୟ ଅତିଥି ଭବନକୁ ଆସିଥିଲେ। ସେଠାରୁ ବିଜେଡି ପକ୍ଷରୁ ବିଧାନସଭା ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ କୋବିନ୍ଦ। ବୈଠକରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଯୋଗ ଦେଇଥିଲେ। ବିଧାନସଭା ସମ୍ମିଳନୀ କକ୍ଷରୁ କୋବିନ୍ଦ ନବୀନ ନିବାସ ଯାଇ ମଧ୍ୟାହ୍ନ ଭୋଜନ କରିଥିଲେ।