ପ୍ରକାଶ ପାଇଲା ସିବିଏସ୍ଇର ଟର୍ମ-୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ କେବେ ଟର୍ମ-୨ର ରେଜଲ୍ଟ ବାହାରିବ ସେ ନେଇ ଅପେକ୍ଷାରେ ଥିବା ବେଳେ ଆଜି ପ୍ରକାଶ କରିଛି ବୋର୍ଡ । ତେବେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନଭେମ୍ବର-ଡିସେମ୍ବରରେ ସିବିଏସ୍ଇ ଦଶମ ଓ ଦ୍ବାଦଶ ବୋର୍ଡର ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରେ ଏହାର ରେଜଲ୍ଟ ମଧ୍ୟ ବାହାରିଥିଲା ।