ମାର୍ଚ୍ଚ ୨୪ରେ ପୌର ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର । ସମୁଦାୟ ୧୭୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪୩୭୩ବୁଥରେ ୪୦ଲକ୍ଷ ୫୫ହଜାର ୫୩ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ନିର୍ବାଚନ ବେଳେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦାୟିତ୍ୱରେ ୧୯୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମସି ପାଇଁ ୩୦ପ୍ଲାଟୁନ, ସିଏମସି ପାଇଁ ୨୦ପ୍ଲାଟୁନ ଓ ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ ପାଇର୍ ୧୦ ପ୍ଲାଟୁନ ଫୋର୍ସ ରହିବେ । ଏହା ସହ ୩୦୦ ମୋବାଇଲ ପାର୍ଟି ରହିବେ ଯେଉଁଥିରୁ ୩ ମହାନଗର ନିଗମ ପାଇଁ ୧୦୯ଟି ପାର୍ଟି ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ ।
ଜିଲ୍ଲାରେ ଜରୁରୀପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ୫ଟି ସ୍ଥାନରେ ବର୍ଡର ସିଲିଂ ପଏଂଟ ରହିବ । ୨୪ ମାର୍ଚ୍ଚ ସକାଳ ୮ଟାରୁ ଦିନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟିଂ ପାଇଁ ୨୨ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଣ୍ଡି ଅଫିସର ଓ ୪ ଜଣ ପୋଲିଂ ଅଫିସର ରହିବେ ।