ପୁଣି IPL ରୁ ବାଦ୍ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ସ୍ପିନର ରଶିଦ ଖାନ ଦଳର ନେତୃତ୍ଵ ଦାୟିତ୍ଵ ସମ୍ଭାଳିଛନ୍ତି। ଜଙ୍ଘରେ ଆଘାତ କାରଣରୁ ସେ ମ୍ୟାଚ୍‌ରୁ ବାହାରି ଯାଇଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟସ୍ ସମୟରେ ରଶିଦ ଖାନ କହିଛନ୍ତି, ସେ ଏହି ମ୍ୟାଚ୍‌ରେ ବିଶ୍ରାମ କରିବେ।
ଆଶା କରାଯାଉଛି ପରବର୍ତ୍ତୀ ମ୍ୟାଚ୍‌ରେ ସେ ପଡିଆକୁ ଫେରିବେ। ରଶିଦ କହିଛନ୍ତି, ପାଣ୍ଡ୍ୟାଙ୍କ ଜଙ୍ଘରେ କିଛି ଆହତଜନିତ ସମସ୍ୟା ରହିଛି। ଏଥିପାଇଁ ଦଳ ତାଙ୍କୁ ନେଇ କୌଣସି ରିସ୍କ ଉଠାଇବାକୁ ଚାହୁଁନଥିଲା। ସେ ଆଜିର ମ୍ୟାଚ୍‌ରୁ ବିଶ୍ରାମ ନେଇଛନ୍ତି ଏବଂ ପରବର୍ତ୍ତୀ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବେ।

ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ୨୦୨୨ରେ ଅଦ୍ୟାବଧି ଦମଦାର ପ୍ରଦର୍ଶନ କରିଛନ୍ତି। ତେବେ ଏବେ ମଧ୍ୟ ସେ ଆହତ ଜନିତ ସମସ୍ୟାରେ ଗତି କରୁଛନ୍ତି। ତଥାପି ସେ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଫଳସ୍ଵରୂପ ଗୁଜରାଟ ଆଜି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ପାଣ୍ଡ୍ୟା ୫ଟି ମ୍ୟାଚ୍‌ରେ ୨୨୮ ରନ କରିବା ସହ ୪ଟି ଓ୍ଵିକେଟ୍ ନେଇଛନ୍ତି।