ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଦୁଇ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି । ପୂର୍ବରୁ ଓଡିଶାରୁ ୨୧ ଥିଲା କୋରୋନା ପଜିଟିଭଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Two more COVID POSITIVE cases in Bhubaneswar. One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)
Another, one 29 years old male from Bomikhal found out during active surveillance— H & FW Dept Odisha (@HFWOdisha) April 5, 2020
ଭୁବନେଶ୍ଵରରେ ଆଉ ୨ ଟି କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଜଣେ ୭୦ ବର୍ଷୀୟ ବୟସ୍କ ବ୍ୟକ୍ତି । ସେ ନିକଟରେ ଅଷ୍ଟ୍ରେଲଆରୁ ଭୁବନେଶ୍ୱର ଫେରିଥିଲେ । କପିଳ ପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ରେ ବୋଲି ଜଣାପଡିଛି । ଏଯାଏଁ ତାଙ୍କ ଗସ୍ତ ବିବରଣୀ ସଂପୂର୍ଣ୍ଣ ଜଣାପଡିନାହିଁ । ଏହା ସହ ଆଉ ଜଣେ କୋରୋନା ଆକ୍ରାନ୍ତ ବମିଖାଲ୍ ଅଂଚଳର ବୋଲି ଜଣାପଡିଛି। ବମିଖାଲ୍ ଅଂଚଳରେ ସର୍ଭେଲାନ୍ସ ବେଳେ ୨୯ବର୍ଷୀୟ ଯୁବକ ଜଣକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ପୂର୍ବରୁ ବମିଖାଲ୍ ରୁ ୩ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଭୁବନେଶ୍ଵରରେ ସମୁଦାୟ ୧୬ ଟି କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏଥିରୁ ୨ଜଣ ସୁସ୍ଥ ହୋଇଛନ୍ତି।