ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି

ପୁଣି ରାଜସ୍ୱ ଆଦାୟରେ ନୂଆ ରେକର୍ଡ କଲା ବିଏମସି । ପୂର୍ବ ବର୍ଷ ଅପେକ୍ଷା ୨୦୨୧-୨୨ରେ ୧୫୦ କୋଟିରୁ ଉର୍ଦ୍ଧ୍ୱ ଟ୍ୟାକ୍ସ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ ।

ଗତବର୍ଷ ଭୁବନେଶ୍ୱରରେ ୧୧୮ କୋଟି ଟଙ୍କା ଟ୍ୟାକ୍ସ ଆଦାୟ କରାଯାଇଥିଲା ମାତ୍ର ଏବର୍ଷ ଟ୍ୟାକ୍ସ ଆଦାୟ ଢେର ବୃଦ୍ଧି ପାଇଛି । ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଅଧିକ ସମସ୍ୟା ଥିଲେ ବି ରେକର୍ଡ ସଂଖ୍ୟକ ଟ୍ୟାକ୍ସ ଆଦାୟ କରାଯାଇଛି ।

ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଆଦାୟ ହୋଇଥିବା ହୋଲ୍ଡିଂ ଟ୍ୟାକ୍ସର ପରିମାଣ ୬୨ କୋଟି, ୫୦ ଲକ୍ଷ ୨୮ ହଜାର ୪୨୮ ଟଙ୍କା ହୋଇଥିବା ବେଳେ ଅନ୍ୟ ଉତ୍ସରୁ ୮୮କୋଟି ୧ ଲକ୍ଷ ୫୬ ହଜାର ୬୨୪ ଟଙ୍କା ଆଦାୟ ହୋଇଛି ।

ଏଥର ବିଏମସି ଏରିୟାରେ ଡିଜିଟାଲ ପେମେଣ୍ଟ ସବୁଠାରୁ ଅଧିକ ହୋଇଛି । ଅଫିସ୍ ଆସି ଦେୟ ଜମା କରିବାକୁ ଲୋକ ପସନ୍ଦ କରିନାହାନ୍ତି । ସ୍ମାର୍ଟ ସିଟି ଲିମିଟେଡ୍ ପ୍ରସ୍ତୁତ କରିଥିବା ୱେବ୍‌ସାଇଟ୍‌(ଭୁବନେଶ୍ୱର ଡଟ୍ ଏମ୍‌ଇ) ଜରିଆରେ ସର୍ବାଧିକ ଆଦାୟ ହୋଇଛି ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଉଛି ।