ପୁଣି ଆଇପିଏଲରେ ପଶିଲା କରୋନା

ପୁଣି ଆଇପିଏଲରେ କରୋନା ଭୂତାଣୁ ପ୍ରବେଶ କରିଛି। ଚଳିତ ଆଇପିଏଲ-୨୦୨୨ ସିଜନରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦିଲ୍ଲୀ କ୍ୟାପିଟାଲ ଫିଜିଓ ପାଟ୍ରିକ ଫରହାର୍ଟ କରୋନା ସଂକ୍ରମିତ ଜଣାପଡ଼ିଛି। ପାଟ୍ରିକ ଫରହାର୍ଟ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ଆଇପିଏଲ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମିତ ହେବା ପରେ ପାଟ୍ରିକ ଫରହାଟ୍‌ଙ୍କୁ ଦିଲ୍ଲୀ କ୍ୟାପିଟାଲର ସ୍ବତନ୍ତ୍ର ଡାକ୍ତରୀଦଳ ଚିକିତ୍ସା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ ଯୋଗୁ ଆଇପିଏଲ ଖେଳାଯାଇପାରିନଥିଲା।