ପୁଣିଥରେ ସ୍ଥଗିତ ହେଲା ଇମ୍ରାନଙ୍କ ଶୁଣାଣି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଜାତୀୟ ସୁରକ୍ଷା କମିଟିର ବୈଠକର ମିନିଟ ବିଷୟରେ ପିଟିଆଇ ସରକାରଙ୍କ ଓକିଲ ବାବର ଆଓ୍ବନଙ୍କଠାରୁ ସୂଚନା ମାଗିଛନ୍ତି।

ବୈଦେଶିକ ଷଡ଼ଯନ୍ତ୍ରର ପ୍ରମାଣ ଭାବରେ ଉପସ୍ଥାପିତ ହୋଇଥିବା ଚିଠିରେ ବୈଠକରେ ଆଲୋଚନା କରାଯାଇଥିଲା।

ବୁଧବାର ଶୁଣାଣି ଆରମ୍ଭ ହେବା ପରେ ବିଚାରପତି କହିଥିଲେ, ସୁପ୍ରିମକୋର୍ଟ ଆଜି ଏହି ମାମଲା ଶେଷ କରିବାକୁ ଚାହୁଁଛନ୍ତି। ତେବେ ଏହା ସମ୍ଭବ ନୁହେଁ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କ୍ରମାଗତ ଚତୁର୍ଥ ଦିନ ଶୁଣାଣି ସ୍ଥଗିତ ରଖିବାକୁ ପଡ଼ିବ। ପାକିସ୍ତାନର ଏହି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗର ଶୁଣାଣିରେ ପ୍ରଧାନ ବିଚାରପତି ଅଧ୍ୟକ୍ଷତା କରୁଛନ୍ତି। ଏହି ବେଞ୍ଚରେ ଜଷ୍ଟିସ ମୁନିବ ଅଖତର, ଜଷ୍ଟିସ ଇଜାଜୁଲ ଅହସାନ, ଜଷ୍ଟିସ ମହମ୍ମଦ ଅଲି ମଜହର ଏବଂ ଜଷ୍ଟିସ ଜମାଲ ଖାନ ସାମିଲ ରହିଛନ୍ତି।