ପାରିବାରିକ କଳହରୁ ମାକୁ ହତ୍ୟା କଲେ ପୁଅ ଓ ବୋହୂ

ଟାଙ୍ଗୀ: ପାରିବାରିକ କଳହକୁ କେନ୍ଦ୍ର କରି  ବାଣପୁର ମଙ୍ଗରାଜପୁରରେ ହତ୍ୟାକାଣ୍ଡ ଘଟିଛି । ମାକୁ ହତ୍ୟା କଲେ ପୁଅ ଓ ବୋହୂ । ବାଣପୁର ଥାନା ମଙ୍ଗରାଜପୁର ଗାଁରେ  ଏହି ଘଟଣା ଘଟିଛି । ହତ୍ୟା ପରେ ମୃତଦେହକୁ ବିଲରେ ଫୋପାଡି ଦେଇଛନ୍ତି ।  ମୃତ ବୃଦ୍ଧା ମାମିନା ପଣ୍ଡା । ଏହି ଅଭିଯୋଗରେ ପୁଅ ପ୍ରଦୀପ ପଣ୍ଡା ଓ ବୋହୂ କବିତା ପଣ୍ଡାଙ୍କୁ ଅଟକ ରଖିଛି ପୋଲିସ  ମୃତଦେହ ଜବତ କରି ବାଣପୁର ପୋଲିସର ତଦନ୍ତ ଆରମ୍ଭ କରିଛି ।