ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ରାୟଗଡ଼ା: ପଦ୍ମପୁର ଥାନା ଅନ୍ତର୍ଗତ ପାଟିଲବନ୍ଧ ଛକରୁ ଶୁକ୍ରବାର ଏକ ପାଣି ଟ୍ୟାଙ୍କରରୁ ୪୩୩ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗଂଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟ୍ୟୁଷିତ ଅଂଚଳରୁ ଗଂଜେଇ କିଣି ଅଭିଯୁକ୍ତମାନେ ତାମିଲନାଡୁ ଓ ଦେଶର ଅନ୍ୟ ସ୍ଥାନକୁ ଗଜେଂଇ ଚାଲାଣ କରୁଥିଲେ। ତିରୁକାନୁର ଥାନା ଅନ୍ତର୍ଗତ କାନିଚାପେଟ ଗାାଁର କାଶୀ ମୁରଗାନ (୩୨), ପଦ୍ମପୁର ଥାନା ଅନ୍ତର୍ଗତ ନୂଆଗଡ଼ ଗାାଁର ଜଙ୍ଗାରୁଲୁ ପାଙ୍ଗେଜୀ (୩୭୦, ଆଞ୍ଜିପେଟା ଗାାଁର ପି ପେରୁମଲ (୫୭) ଓ ପଦ୍ମପୁର ଥାନା ଅନ୍ତର୍ଗତ ନନ୍ଦରା ଗାଁର ଲଙ୍ଗି ମାଝୀ (୩୧)ଙ୍କୁ ଗିରଫ କରିଛି ପୋଲିସ।