ପଳାଶୁଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ହାୱା ଟ୍ରକ । ଏହି ଦୁର୍ଘଟଣାରେ କାର ଡ୍ରାଇଭର ମୃତ୍ୟୁ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ଅଛି।ଭୁବନେଶ୍ବରରୁ କଟକ ଆଡକୁ ଯାଉଥିଲା କାର ଓ ଟ୍ରକ। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ଆହତ ହୋଇଥିବା ଆଉ ୩ ଜଣକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ଅନୁଯାୟୀ, ଆଜି ଦିନ ସକାଳ ସମୟରେ ପଳାଶୁଣି ଛକରେ ଘଟିଲା ଦୁର୍ଘଟଣା । ଟ୍ରକଟି ଭାରସାମ୍ୟ ହରାଇ ସିରିଜି୍ ଦୁର୍ଘଟଣା କରିବା ସହ ୪ ଟି ଗାଡ଼ିକୁ ଧକା ଦେଇଛି । କାର୍କୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ, ଏହାପରେ ଏକ ବାଇକ୍ ଓ କାର ସହିତ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ପଲ୍ସର ବାଇକ୍ ମଧ୍ୟ ଭାଙ୍ଗିଯାଇଛି ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ ଏହି ସିରିଜ ଦୁର୍ଘଟଣାରେ କାର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି ।