ନୂଆଦିଲ୍ଳୀ: ଭାଇସ୍-ଆଡମିରାଲ୍ କରମ୍ବୀର ସିଂ ନୌସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ଆଡମିରାଲ୍ ସୁନୀଲ ଲାନ୍ବା ଆସନ୍ତା ମେ ୩୧ରେ ଅବସର ଗ୍ରହଣ କରୁଥିବାରୁ ଭାଇସ୍-ଆଡମିରାଲ୍ ସିଂଙ୍କୁ ପଦୋନ୍ନତି ଦିଆଯାଇଛି।
ବର୍ତ୍ତମାନ ଭାଇସ୍-ଆଡମିରାଲ୍ ସିଂ ବିଶାଖାପଟ୍ଟନମ୍ସ୍ଥିତ ଇଷ୍ଟର୍ଣ୍ଣ ନାଭାଲ୍ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି।