ପରପାରିରେ ମୀନକେତନ

ଭୁୁବନେଶ୍ୱର: ଓଲିଉଡର ବ୍ୟାଡ ମ୍ୟାନ ଅଭିନେତା ମୀନକେତନ ଦାସଙ୍କ ପରଲୋକ ହୋଇଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ହେଲା କ୍ୟାନସରେ ପିଡିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସା କରିବା ପାଇଁ ତାଙ୍କୁ ମୁମ୍ବାଇ ମଧ୍ୟ ନିଆଯାଇଥିଲା। ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ହୋଇ ସେ ପ୍ରଥମେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ଟେଷ୍ଟ କରାଯିବା ପରେ ଶରୀରରୁ ଅତ୍ୟଧିକ ସୋଡିୟମ କ୍ଷରଣ ହେଉଥିବା ଜଣାପଡିଥିଲା। ପରେ ସେ କ୍ୟାନସରରେ ପୀଡିତ ହୋଇଥିବା ଜଣାପଡିବାରୁ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ସେଠାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।