ପଞ୍ଜାବର ବିଧାୟକ ପେନସନ ଯୋଜନାରେ ଏଭଳି ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପୁଣି ଏକ ବଡ ଘୋଷଣା । ପଞ୍ଜାବର ବିଧାୟକ ପେନସନ ଯୋଜନାରେ ପରିବର୍ତ୍ତନ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଗୋଟିଏ ପାଳି ପାଇଁ ବିଧାୟକଙ୍କୁ ମିଳିବ ପେନସେନ୍ । ତେବେ ଥରେ ବିଧାୟକ ହେଲେ ଜୀବନକାଳ ପର‌୍ୟ୍ୟନ୍ତ ବିଧାୟକଙ୍କୁ ମିଳୁଥିଲା ପେନସନ । ମାତ୍ର ଏହାକୁ ପରିବର୍ତ୍ତନ କରିବା ସହ ଗୋଟିଏ ପାଳି ପାଇଁ ପେନସନ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ସେହିପରି ଏହା ଦ୍ବାରା ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବିଧାୟକଙ୍କ ପେନସନ ପାଇଁ ଖର୍ଚ୍ଚ ହୋଇଯାଉଥିବା ବେଳେ ଏହି ଟଙ୍କା ଏବେ ପଞ୍ଜାବ ଲୋକଙ୍କ ହିତରେ ବ୍ୟବହାର ହେବ ବୋଲି ମାନ କହିଛନ୍ତି । ଏଥିସହ ରାଜ୍ୟରେ ବେକାରୀ ଓ ବେରୋଜଗାର ସଂଖ୍ୟା ବଡ ସମସ୍ୟା ବୋଲି ସେ କହିଛନ୍ତି । ତେବେ ବହୁତ ସଂଖ୍ୟାରେ ଯୁବକ ଓ ଯୁବତୀଙ୍କ ପାଖରେ ଡିଗ୍ରୀ ଥାଇ ମଧ୍ୟ ଚାକିରୀ ନପାଇ ଘରକୁ ଫେରି ଯାଉଛନ୍ତି ।

ଏହାକୁ ନେଇ ପ୍ରଶ୍ନ କରିବାରୁ ସେମାନଙ୍କୁ ଲାଠି ମାଡ କରାଯାଉଛି ବୋଲି ମାନ କହିଛନ୍ତି । ସେହିଭଳି ଆମ ସରକାର ଏହାକୁ ଗୁରୁତ୍ୱର ସହ ନେଉଛି । ରାଜ୍ୟରୁ ବେକାରୀ ସମସ୍ୟା ଦୂର କରିବା ଲାଗି ଯୋଜନ କରୁଛୁ । ଖୁବଶୀଘ୍ର ଏହା ଉପରେ ଏକ ବଡ ଘୋଷଣା କରିବୁ ବୋଲି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି । ତେବେ ଭଗୱନ୍ତ ମାନଙ୍କ ଏହି ପଦକ୍ଷେପ ସାଧରଣ ଲୋକେ ସ୍ବାଗତ କରିଛନ୍ତି । ଅନ୍ୟପଟେ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭଗୱନ୍ତ ଦୁର୍ନୀତି ବିରୋଧରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି କହିଥିଲେ । ଏଥିରେ ସେ ସାଧାରଣ ଲୋକଙ୍କୁ ଦୁର୍ନୀତି ବିରୋଧରେ ଭିଡିଓ କରି ପଠେଇବା ପାଇଁ ନିବେଦନ କରିଥିଲେ । ଏଥିସହ ଏହି ନମ୍ବରରେ ଯୋଗଯୋଗ କରିବାକୁ କହିବା ସହ ଆମ ସରକାର ଏହା ଉପରେ ଯଥାଚିତ ପଦକ୍ଷେପ ଦୋଷୀ ବିରୋଧରେ ନେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଥିଲେ । ଏହାସହିତ ପ୍ରଥମ କ୍ୟାବିନେଟ ବୈଠକରେ ୨୫ ହଜାର ଚାକିରି ପ୍ରଦାନ କରାଯିବ ବୋଲି ଘୋଷଣା କରିବା ସହିତ ୩୫ ହଜାର ଠିକା କର୍ମଚାରୀଙ୍କୁ ରେଗୁଲାର କରାଯିବ ବୋଲି ଘୋଷଣା କରିଥିଲେ।