ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚର ୨ ମସଜିଦରେ ଗୁଳିମାଡ ହୋଇଛି । ତେବେ ଏହି ଗୁଳିମାଡରେ ବର୍ତମାନ ସମୟରେ ୨୭ ଜଣଙ୍କ ମୁତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତି ଯାଇଛି ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ବାଂଲାଦେଶ କ୍ରିକେଟ୍ ଟିମ୍ । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ମସଜିଦକୁ ନମାଜ କରିବାକୁ ଯାଇଥିବା ଗୁଳିକାଣ୍ଡ ଘଟିଥିଲା । ପ୍ରଥମେ ଦୁର୍ବୁତ ଅଲ ନୁର ମସଜିଦ ଉପରକୁ ଗୁଳିମାଡ କରିଥିଲେ । ଅଟୋ ମେଟିକ୍ ଗନରୁ ଗୁଳିମାଡ ପରେ ଅନେକ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଗୁଳିମାଡ ସମୟରେ ଅଲନୁର ମସଜିଦକୁ ନମାଜ ପାଇଁ ଆସିଥିଲେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି । ତେବେ ବାଂଲାଦେଶ କ୍ରିକେଟ୍ ଟିମ୍ ଖେଳାଳି ସୁରକ୍ଷିତ ଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୁହଁରେ କଳା କପଡା ବାନ୍ଧି , ହେଲମେଟ୍ ଲଗାଇ ଦୁର୍ବୁତ ଏହି କାଣ୍ଡ ଘଟାଇଥିଲା । ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ ଅଂଚଳରେ ଏହି ଗୁଳିକାଣ୍ଡ ଘଟିଛି । ନ୍ୟୁଜିଲାଣ୍ଡ ଇତିହାସରେ ଏହା ଏକ କଳାଦିନ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ । ଗୁଳିକାଣ୍ଡ ପରେ ପରେ ସାରା ଅଂଚଳକୁ ସିଲ୍ କରି ନ୍ୟୁଜିଲାଣ୍ଡ ସୁରକ୍ଷାକର୍ମୀ ଛାନଭିନ୍ ଆରମ୍ଭ କରିଛନ୍ତି ।
Prev Post