ନିଆଳିରେ ମେଣ୍ଢା ମୃତ୍ୟୁ ରହସ୍ୟ : ପୁଣି ଗୋଟିଏ ମେଣ୍ଢା ମୃତ୍ୟୁ ୮ ମେଣ୍ଢା ଆହତ,ଲୋକଙ୍କ ରାସ୍ତାରୋକ

ନିଆଳି:ଏବେ ବି ନିଆଳିରେ ମେଣ୍ଢା ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ବିଳମ୍ବିତ ରାତିରେ ପୁଣି ମେଣ୍ଢାଙ୍କୁ ଆକ୍ରମଣ ହୋଇଛି । ଜଙ୍ଗଲି ଜନ୍ତୁ ଆକ୍ରମଣରେ ଗୋଟିଏ ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ୮ ଟି ମେଣ୍ଢା ଆହତ ହୋଇଛନ୍ତି । ନୂଆଗାଁ, ନାକଟାସାହି ଓ ଗୋବିନ୍ଦପଦାରେ ମେଣ୍ଢାଙ୍କୁ ଆକ୍ରମଣ କରାଯାଇଛି । ସେପଟେ ଗୋବିନ୍ଦପଦାରେ ମେଣ୍ଢା ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ମେଣ୍ଢା ମୃତଦେହ ରଖି ଫୁଲନଖରା-ନିଆଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଉଚିତ୍ କ୍ଷତିପୂରଣ ସହ ସ୍ଥାନୀୟ ଅଞ୍ଚଳରେ ସିସିଟିଭି ଲଗାଇବାକୁ ଦାବି ରଖିଛନ୍ତି ।