ନିଆଳି: କଟକ ଜିଲ୍ଲା ନିଆଳିରେ ଗତ ଦୁଇ ମାସ ହେବ ଲାଗି ରହିଥିବା ଅଜଣା ଆତଙ୍କ ଥମିବାର ନାଁ ନେଉନି । ପ୍ରଶାସନର ଉଦ୍ୟମ ଶତ୍ତ୍ୱେ ଧରା ଦେଉନି ଅଜଣା ଯନ୍ତୁ । ଏମିତିକି ସମସ୍ତଙ୍କ ଆଖିରେ ଧୁଳି ଦେଇ କରିଚାଲିଛି ମେଣ୍ଢା ଶୀକାର । ଶୁକ୍ରବାର ରାତିରେ ନିଆଳି ଠାରି ପାଖା ପାଖି ୧୭ କିମି ଦୂର ପୋଖରୀ ଗାଁରେ ମେଣ୍ଢା ଶୀକାର କରିଛି ସେଇ ଅଜଣା ଯନ୍ତୁ । ଅରଖିତ ଦାସଙ୍କ ମେଣ୍ଢା ଅଜଣା ଯନ୍ତୁଙ୍କ ଆକ୍ରମଣରେ ମରିଛି । ତାର ଅନ୍ତବୁଜୁଳା ବାହାରି ପଡିଛି । କଲିଜା ଗାଏବ ହୋଇଛି ।
ଶୁକ୍ରବାର ରାତିରେ ପ୍ରବଳ ବର୍ଷା ହେଉଥିଲା । ବନ ବିଭାଗ କର୍ମଚାରୀ ସ୍ଥାନୀୟ ବନବିଭାଗ ଏବଂ ଚନ୍ଦକାର ସ୍ୱତନ୍ତ୍ର ଟିମ୍ ପାଟ୍ରୋଲିଙ୍ଗ୍ କରିବା ସତ୍ତ୍ୱେ ବେଳକାଳ ଉଣ୍ଡି ସେ ଜନ୍ତୁଟି ପ୍ରାୟ ମଧ୍ୟ ରାତ୍ରୀ ପରେ ଅରକ୍ଷିତଙ୍କ ଗୁହାଳେ ପଶିଥିବା ଅନୁମାନ କରାଯାଉଛି। ଗୁହାଳେ ତା’ର ଖୋଜ ଚିହ୍ନ ପଡ଼ିଥିବା କଥା ଲୋକେ କହୁଛନ୍ତି।
Prev Post
Next Post