ନଭେମ୍ବର ୨୦ରେ ବାହାହେବେ ଦୀପିକା-ରଣବୀର, ଇଟାଲୀରୁ ଆରମ୍ଭ ହେବ ରିଅଲ ଲଭଷ୍ଟୋରୀ !

ମୁମ୍ବାଇ : ଚର୍ଚ୍ଚାର ଅବସାନ ହେବାକୁ ଯାଉଛି । ଦୀପିକା ପାଦୁକୋନ ଓରଣବୀର କାପୁରଙ୍କ ବାହାଘର ଏକ ପ୍ରକାର ସ୍ଥିର ହୋଇସାରିଛି । ନଭେନ୍ୱର ୨୦ରେ ବଲିଉଡର ବାଜିରାଓ ମସ୍ତାନା ଓ ମସ୍ତାନୀ ପୁରସ୍ପରର ହାତ ଧରିବେ । ଏହା ରିଲରେ ନୁହେଁ ରିଅଲ ଲାଇଫ ଷ୍ଟୋରୀ ହେବ । ଦୁଙିଁଙ୍କର ବାହାଘର ଇଟାଲୀରେ ହେବ । ଅଭିନେତା କବର ବେଦୀ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ।

କିଛି ମାସ ହେଲା ବଲିଉଡ୍‌ର ବାଜିରାଓ ମସ୍ତାନି ଦୀପିକା ଏବଂ ରଣବୀର ସିଂଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁହେଁ କେବେ କେଉଁଠି ବିବାହ କରିବେ ସେ ଦିନକୁ ଅନାଇ ବସିଛନ୍ତି ଦୀପିକା-ରଣବୀରଙ୍କ ପ୍ରଶଂସକ । ପୂର୍ବରୁ ଦୁଇ ପ୍ରେମୀଯୁଗଳ ଇଟାଲୀରେ ବିବାହ କରିବେ ବୋଲି ଖବର ଆସିଥିବା ବେଳେ ଏବେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି ।

ନଭେମ୍ବର ୨୦ରେ ଦୁଇ ଜଣ ଇଟାଲୀରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଅଭିନେତା କବୀର ବେଦି ସ୍ପଷ୍ଟ କରିଛନ୍ତି । କବୀର ବେଦି କରିଥିବା ଏକ ଟ୍ଵିଟ୍‌ରୁ ଦୁଇ ଜଣଙ୍କ ବିବାହ ଏ ବର୍ଷ ଶେଷରେ ନିହାତି ଭାବରେ ହେବାକୁ ଯାଉଛି ବୋଲି ପ୍ରଶଂସକ ଭାବିବା ଆରମ୍ଭ କରିଛନ୍ତି । ପୂର୍ବରୁ ରଣବୀର ଏବଂ ଦୀପିକାଙ୍କ ବିବାହରେ କେବଳ ସଂପର୍କୀୟମାନେ ଯୋଗ ଦେବେ ବୋଲି ଜଣା ପଡ଼ିଥିବା ବେଳେ ଖାସ୍‌ ଅତିଥି ଭାବରେ ଶାହାରୁଖ୍‌ ଯୋଗ ଦେବେ ବୋଲି ଜଣା ପଡ଼ିଛି । ଲେକ୍‌ କୋମୋରେ ଦୁଇ ଜଣ ବିବାହ କରିବେ ବୋଲି ଠିକ୍‌ ହୋଇ ସାରିଥିବା ବେଳେ ଦୁଇ ଜଣଙ୍କ ବିବାହ ବନ୍ଧନରେ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ଅନାଇ ବସିଛନ୍ତି ।

ଚର୍ଚ୍ଚାର ଅବସାନ 

ନଭେନ୍ୱର ୨୦ରେ ବାହାହେବେ ଦୀପିକା-ରଣବୀର

ଟାଲୀରୁ ଆରମ୍ଭ ହେବ ରିଅଲ ଲଭଷ୍ଟୋରୀ

ଖାସ୍‌ ଅତିଥି ଭାବରେ ଯୋଗ ଦେବେ ଶାହାରୁଖ୍‌