ନବୀନ ନିବାସରେ ଦାମଙ୍କ ପୁଅ ସମ୍ବିତ ରାଉତ !

ଭୁବନେଶ୍ୱର: ସମ୍ବିତଙ୍କ ଏଭଳି ବୟାନ ପରେ ଏବେ ପ୍ରଶ୍ନ ଉଠୁଛି କ’ଣ ହେବ ଦାମଙ୍କ ଆଗାମୀ ରାଜନୈତିକ ପଦକ୍ଷେପ । ବିଜେପିରେ ମିଶିବେ ନା ବଦଳାଇବେ ନିଷ୍ପତ୍ତି । ବିଜେପିରେ ଦାମ ଯୋଗ ଦେଲେ, ପୁରା ଜଗତସିଂହପୁର ରାଜନୀତିକୁ ଏହା ପ୍ରଭାବିତ କରିବା ଆଶଙ୍କା ରହିଛି । ଚର୍ଚ୍ଚା ହେଉଛି, ଦାମଙ୍କୁ ବ୍ରେକ୍ ଦେବା ଲାଗି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ଟିକେଟ୍ ଦେଇପାରେ ବିଜେଡି । ପୁଅର ଭବିଷ୍ୟତ ଗଢିବେ ନା’ ନିଜର ରାଜନୈତିକ ଅଭିଳାଷା ପୂର୍ଣ୍ଣ କରିବେ, ଏ ନେଇ ଦୋ’ଛକିରେ ପଡିଛନ୍ତି ବରିଷ୍ଠ ନେତା ଦାମ ରାଉତ । ଆଉ ଯଦି ଦାମ ନିଜେ ନିର୍ବାଚନ ଲଢିବା ପାଇଁ ସ୍ଥିର କରନ୍ତି, ତେବେ ନିର୍ବାଚନରେ ବାପ-ପୁଅଙ୍କ ଲଢେଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।