ଭୁବନେଶ୍ବର : ବିଜେପୁର ଉପନିର୍ବାଚନରେ ବିଜେଡିର ବିୁଳ ସଫଳତା ପରେ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇବାକୁ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ ମାଚ୍ର୍ଚ ୧୨ ତାରିଖରେ ବରପାଲି ଯାଇଥିଲେ। ଆଉ ସେଠାରୁ ଭୁବନେଶ୍ବର ଫେରିବା ବେଳେ ହେଲିକପ୍ଝରରେ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନିଜ ସାଙ୍ଗରେ ଆଣି ଆସିବାକୁ ନେଇ ବିଜେଡିରେ ଚଚ୍ର୍ଚା। ଶୁଣିବାକୁ ମିଳୁଛି ନବୀନଙ୍କ ‘ଜୁହାର ବିଜେପୁର’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡିର ପ୍ରାୟ ୫/୬ ଡଜନ ନେତାଙ୍କୁ ଆଗୁଆ ବିଜେପୁର ପଠାଯାଇଥିଲା। ସେଠାରେ ସେମାନେ ବହୁ ସଂଖ୍ୟାରେ ସ୍ଥାନୀୟ କର୍ମୀ ଓ ଜନସାଧାରଣଙ୍କୁ ନବୀନଙ୍କ କାର୍ଯ୍ୟକ୍ରମରେ ସାମିଲ ନିମନ୍ତେ ଉଦ୍ୟମ କରିଥିଲେ। ଏହି ନେତାମାନେ ବିଜେପୁର ଉପନିର୍ବାଚନରେ ଦଳ ପାଇଁ ପ୍ରଚାର ଦାୟିତ୍ବରେ ମଧ୍ୟ ରହିଥିଲେ। କିନ୍ତୁ ବିଜେପୁର ନିର୍ବାଚନର ଶ୍ରେୟ ହାତଗଣତି ୨/୪ଜଣ ନେତା ନେବାକୁ ଉଦ୍ୟମ କରିବା ତଥା କ୍ଷମତାକେନ୍ଦ୍ର ମଧ୍ୟ ସେଥିରେ ସମ୍ମତି ଜଣାଇବା କୁଆଡ଼େ ବିଜେଡିର କିଛି ଆଗଧାଡ଼ିର ନେତାମାନଙ୍କୁ ବେଶୀ ଆଘାତ ଦେଇଛି। ଏପରିକି ବାହାର ଲୋକଙ୍କୁ ଆଣି ବିଜେଡିରେ ସାମିଲ କରି ରାଜ୍ୟସଭା ପ୍ରାର୍ଥୀ କରାଯିବା ପ୍ରସଙ୍ଗରେ ବି ଅଧିକାଂଶ ଆଗଧାଡ଼ିର ନେତାଙ୍କୁ ଅବଗତ କରାଯାଇନଥିଲା। ୨/୩ଜଣ ନେତା ଦଳର ଏହି ଗୁରୁତ୍ବୂର୍ଣ୍ଣ ନିଷ୍ପତ୍ତି ଜାଣି ସେଥିରୁ ବାହାବା ନେବାକୁ ଉଦ୍ୟମ କରୁଥିଲେ। େଯଉଁଥି ାଇଁ ଦଳର ଆଗଧାଡ଼ିର ନେତା ସଞ୍ଜୟ ଦାସବର୍ମା ନିଜ ନିର୍ବାଚନମଣ୍ଡଳୀରେ କାର୍ଯ୍ୟର ଆଳ ଦେଖାଇ ନବୀନ ନିବାସରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚୁ୍ୟତ ସାମନ୍ତଙ୍କ ମିଶ୍ରଣ ପର୍ବରୁ ଦୂରେଇ ରହିଥିଲେ। ଏପରିକି ବିଜେଡି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଦିନ ବି ଉପସ୍ଥିତ ହୋଇନଥିଲେ। ସଞ୍ଜୟଙ୍କ ଏଭଳି ପ୍ରତିବାଦର ଫାଇଦା ଉଠାଇ ୨ଜଣ ଯୁବନେତା କୁଆଡ଼େ ସୌମ୍ୟଙ୍କ କାନରେ ସଞ୍ଜୟ ତାଙ୍କୁ ବିରୋଧ କରୁଛନ୍ତି ବୋଲି କହିଥିଲେ। କ୍ଷମତାକେନ୍ଦ୍ରଙ୍କୁ ସଞ୍ଜୟ ଗାଳିମନ୍ଦ କରିଛନ୍ତି ବୋଲି ତାଙ୍କ ନିକଟରେ କହିବାକୁ ପଛାଇ ନଥିଲେ। ତେବେ ସଞ୍ଜୟଙ୍କ ଏଭଳି ଏକପାଖôଆ ହୋଇ ରହିବା ଦ୍ବାରା ଭୁଲ୍ ସନ୍ଦେଶ ଯାଉଥିବାରୁ କୁଆଡ଼େ ବିଜେଡି ସୁ୍ରିମୋ ଜାଣିଶୁଣି ବିଜେପୁରରେ ଦଳର ସବୁ ଆଗଧାଡ଼ିର ନେତାଙ୍କ ଉପସ୍ଥିତିରେ ସଞ୍ଜୟଙ୍କୁ ତାଙ୍କ ସହ ହେଲିକପ୍ଝରରେ ଭୁବନେଶ୍ବର ଫେରିବାକୁ କହିଥିଲେ। ଆଉ ସଞ୍ଜୟ ହେଲିକପ୍ଝରରେ ଫେରିବା ବେଳେ ନିଜ ମନ ଭିତରେ ଯାହାକିଛି ରୋଷ ରହିଥିଲା ତାକୁ ନବୀନଙ୍କ ଆଗରେ କହିଦେଇଥିଲେ। ସଞ୍ଜୟଙ୍କ ଏଭଳି ସମ୍ପକୟ େଯାଗୁ ତାଙ୍କ ବିରୋଧରେ ମନ୍ରଣା କରୁଥିବା କିଛି ଯୁବନେତା ଏବେ ବାଧ୍ୟ ହୋଇ ଚୁ୍ ରହିଛନ୍ତି।