ନବମଶ୍ରେଣୀ ଝିଅକୁ ଛାଡିଲେନି ସଇତାନ ସାର, ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୁଳ-ରାମପୁର ବ୍ଲକ ସିରିମସ୍କା ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର । କିନ୍ତୁ ତାଙ୍କୁ ନିଲମ୍ବନ କରାଯାଇଛି । ଘଟଣା ସମ୍ପର୍କରେ ପୀଡିତା ଜିଲ୍ଲାପାଳଙ୍କ ନିକଟରେ ମୁହଁ ଖୋଲିବା ପରେ ଆକ୍ସନ ମୋଡକୁ ଆସିଥିଲା ଜିଲ୍ଲା ପ୍ରଶାସନ । ଥୁଆମୁଳ-ରାମପୁର ଥାନାରେ ଏତଲା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ମାଜିଷ୍ଟ୍ରେଟଙ୍କ ଆଗରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତ ପ୍ରଧାନଶଇକ୍ଷକ ବାଳକୃଷ୍ଣ ମହାପାତ୍ର ୨୦୦୦ ମସିହାରୁ ଏହି ସ୍କୁଲର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ବେଳେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଛନ୍ତି । କେବଳ ଏତିକି ନୁହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଫେରାର ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଡାଉ କରୁଛି ପୋଲିସ

ଶାରୀରିକ ସଂପର୍କ ରଖିବାକୁ ରାଜି ନହେବାରୁ ବିବାହିତା ଛାତ୍ରୀଙ୍କୁ ହତ୍ୟା କଲା ଶିକ୍ଷକ